ନ୍ୟୁଡ୍‌ କଲ୍‌ ହେଲା କାଳ ! ବ୍ୟାଙ୍କ ଅଧିକାରୀ ଆତ୍ମହତ୍ୟା ଘଟଣାରେ ୨ ଗିରଫ

Published By : Prameya-News7 Bureau | December 05, 2022 IST

ସୋନପୁର ୦୫।୧୨ : ସୋନପୁର ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣା। ମାମଲାରେ ତଦନ୍ତ କରି ରାଜସ୍ଥାନ ଅଲଓ୍ୱରରୁ ୨ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ନ୍ୟୁଡକଲ୍ ପାଇଁ ଆତ୍ମହତ୍ୟା କରିଥିଲେ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ।

ଖବର ଅନୁଯାୟୀ, ସୋନପୁର ବ୍ୟାଙ୍କ ଅଧିକାରୀଙ୍କୁ ନ୍ୟୁଡ୍‌ କରି ବ୍ଲାକମେଲ୍‌ କରୁଥିଲା ଏକ ଗ୍ୟାଙ୍ଗ । ମାମଲାକୁ ରଫାଦଫା କରିବାକୁ ୨୬ ଲକ୍ଷ ଟଙ୍କା ଦେଇଥିଲେ ଦିବ୍ୟରଞ୍ଜନ ମିଶ୍ର । ଯାହାକୁ ନେଇ ଦିବ୍ୟରଞ୍ଜନ ଅବସାଦରେ ଥିଲେ । ଶେଷରେ ବ୍ୟାଙ୍କ ଅଧିକାରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଆଉ ଏବେ ମାମଲାର ତଦନ୍ତ କରି ରାଜସ୍ଥାନ ଅଲଓ୍ୱରରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୋନପୁର ଏସ୍‌ପି ଅମରେଶ ପଣ୍ଡାଙ୍କ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.