ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌, ଦୁଇ ବଜ୍ରକାପ୍ତା ବେପାରୀ ଗିରଫ

Published By : Prameya-News7 Bureau | June 19, 2022 IST

ସୋନପୁର ୧୯।୦୬ : ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲା ଏସଟିଏଫ୍‌। ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ସମୟରେ ଦୁଇ ଦଲାଲଙ୍କୁ ଧରିଛି STFl ଏଥିସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବିନିକା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି l

{"id":644122,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ସମୟରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସଟିଫ ପଞ୍ଝା ରେ ଦୁଇଜଣ ଦଲାଲ ଧରାପଡ଼ିଛନ୍ତି l ଗିରଫ ଦୁଇ ଜଣ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଶଙ୍ଖୁଆ ଗାଁର ଅଶୋକ ବିଶୀ ଓ ଡୁଡୁକା ଗାଁର ଜୟକୁମାର ପଟେଲ l ବଜ୍ରକାପ୍ତାର ଓଜନ ୮ କେଜି ୯୦୦ ଗ୍ରାମ୍ l ବଜ୍ରକାପ୍ତାର ପ୍ରାଥମିକ ଚିକିତ୍ସା କରାଯାଇଛି l ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଛେଳିଆ ଜଙ୍ଗଲରୁ ଶଙ୍ଖୁଆ ଗ୍ରାମର ଅଶୋକ ବିଶି ଏହାକୁ ଧରି ଆଣିଥିବା ଜଣାଯାଇଛି l ବଜ୍ରକାପ୍ତାଟିକୁ ଜଙ୍ଗଲରୁ ଧରିବା ପରେ ବିକ୍ରି ପାଇଁ ଦୁଇଜଣ ବ୍ୟକ୍ତି ଏକ ବସ୍ତାରେ ଧରି ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.