Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ନୀଳାଚଳ ଭକ୍ତ ନିବାସ ନାଁରେ ଫେକ୍‌ ଆଇଡି ଖୋଲିବା ଘଟଣା, ଧରାପଡିଲେ ଦୁଇ ଅଭିଯୁକ୍ତ

7/02/2023 at 1:26 PM

ପୁରୀ ୦୭।୦୨ : ନୀଳାଚଳ ଭକ୍ତ ନିବାସ ନାଁରେ ଫେକ୍ ଆଇଡି ଖୋଲି ଭକ୍ତଙ୍କୁ ସାଇବର ଠକେଇ କରିବା ଘଟଣା। ଗିରଫ ହେଲେ ୨ ସାଇବର ଠକ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝର ଅଗରପଡାର ଚନ୍ଦନ ସିଂ ଓ ଭଦ୍ରକ ଚରମ୍ପାର ଗୌତମ୍ ସାହୁ।

ସେହିପରି ସେମାନଙ୍କ ଠାରୁ ପୋଲିସ ୫ଟି ମୋବାଇଲ ଫୋନ, ୩୧ଟି ସିମ୍‌ କାର୍ଡ, ବାୟୋମେଟ୍ରିକ ଡିଭାଇସ ଓ କେବୁଲ୍ ଗୋଟେ ଜବତ କରିଛି। ଏନେଇ ପୂର୍ବରୁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଘଟଣାକୁ ଗୁରୁତର ସହ ନେଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏନେଇ ଏକ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର କୁମାର ପଣ୍ଡା।

   Related Posts