Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦନ୍ତା ହାତୀ ମୃତ୍ୟୁ ଘଟଣା, ଦୁଇ ଶିକାରୀ ଗିରଫ

16/01/2023 at 12:36 PM

ଫୁଲବାଣୀ ୧୬।୦୧ : ଦୁଇ ବାର୍‌ହା ଶିକାରୀ ଗିରଫ । କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଆକ୍ସନକୁ ଆସିଛି ବନବିଭାଗ । ଦୁଇ ଶିକାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।  ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଶୋଇ, ରାଇକିଆ ଡେଙ୍ଗାଖମନ ଗାଁର ବୁଲୁ ମଲିକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଜଙ୍ଗଲରେ ଏମାନେ ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ । ହେଲେ ଏଥିରେ ବାର୍‌ହା ବଦଳରେ ହାତୀ ଲାଗିଯିବା ଫଳରେ ମୃତ୍ୟୁ ହୋଇଛି । ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲ ବନବିଭାଗ । ହାତୀ ମୃତ୍ୟୁର ସଠିକ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଏଫ୍‌ଓ ପ୍ରଶାନ୍ତ ପଟେଲ । ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

   Related Posts