ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ମାଗୁଥିଲେ ୫ ଲକ୍ଷ ଟଙ୍କା
5/07/2022 at 1:30 PM

କୋରାପୁଟ ୦୫।୦୭ : ମହଙ୍ଗା ପଡ଼ିଲା ମାଓବାଦୀଙ୍କ ନାଁରେ ଟଙ୍କା ମାଗିବା । ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ । ସଦର ଥାନା ପୋଲିସକୁ ଉଭୟଙ୍କୁ ବାନ୍ଧିଛି ।

ଖବର ଅନୁଯାୟୀ, ପୋଡାଗଡର ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷଟଙ୍କା ମାଗୁଥିଲେ । ଟଙ୍କା ନଦେଲେ ପରିବାରକୁ ହତ୍ୟା କରାଯିବା ନେଇ ଧମକ ଦେଇଥିଲେ । ପୋଲିସ ନିକଟରେ ଅଭିଯୋଗ ପରେ ମୋବାଇଲ ନମ୍ବର ଟ୍ରାକିଂ କରି ୨ ଜଣକୁ ଧରିଛି। ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି ।
Related Posts
ଘର ଉପରେ ଖସି ପଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
12 August 2022
ନୋରଡ଼ ଗାଁରେ ଅଗ୍ନିକାଣ୍ଡ, ୭ ଗୋରୁ ଜୀବନ୍ତ ଦଗ୍ଧ
12 August 2022