ଗୋ ସୁରକ୍ଷା କାରୀଙ୍କୁ ଗୁଳିମାଡ଼ ଘଟଣା, ଆଉ ୨ ଅଭିଯୁକ୍ତ ଗିରଫ
22/05/2022 at 3:01 PM

କରଞ୍ଜିଆ ୨୨।୦୫: ମୟୂରଭଞ୍ଜ କରଞ୍ଜିଆରେ ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କାରୀଙ୍କୁ ଗୁଳିମାଡ଼ ଘଟଣା । ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି ।
ଖବର ଅନୁଯାୟୀ, ଶନିବାର ଭୋର ୪ ଟା ସମୟରେ ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଗୋ ମାଫିଆ ମାନେ ଦେବସେନା ଓ ବଜରଙ୍ଗ ଦଳ କର୍ମୀଙ୍କ ଉପରେ ଗୁଳିମାଡ଼ କରି ୨ ଜଣଙ୍କୁ ଗୁରୁତର କରିଥିଲେ । ଯଶୀପୁର ପୋଲିସ ଶନିବାର ଦିନ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଚରାଉଚରା ପରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କରଞ୍ଜିଆ SDPO ସୁଦର୍ଶନ ଗାଙ୍ଗଇ ସୂଚନା ଦେଇଛନ୍ତି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022