ସ୍ପେଶାଲ ଟିମ୍‌ର ଚଢାଉ, ଦୁଇ ମଦ ବେପାରୀ ଗିରଫ

Published By : Prameya-News7 Bureau | December 29, 2022 IST

ଜଟଣୀ ୨୯।୧୨: ଆସୁଛି ନୂଆବର୍ଷ । ଆକ୍ସନରେ କମିଶନରେଟ୍‌ ପୋଲିସ । ସ୍ପେଶାଲ ଟିମ୍‌ ପକ୍ଷରୁ ଆରମ୍ଭ ହୋଇଛି ୨୪ ଘଣ୍ଟିଆ ପାଟ୍ରୋଲିଂ । ଏହିକ୍ରମରେ ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କମିଶନରେଟ୍‌ ପୋଲିସ ଦୁଇଟି ସ୍ପେଶାଲ ଟିମ୍‌ ବିଭିନ୍ନ ଜାଗାରେ ଚଢାଉ କରିଥିଲେ । ଏହି ଚଢାଉରେ ଦୁଇ ଜଣ ମଦ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଜଟଣୀ ଥାନା  କୁଦିଆରୀ ଗାଁର ରମେଶ କୁମାର ବେହେରା ଠାରୁ ୧୨ ଲିଟର ଦେଶୀ ମଦ ସହଜବତ କରିଥିବା ବେଳେ ଅନ୍ୟ ଏକ ଟିମ ତରାବୋଇ ଗାଁର ସାଗର ଶନାନ ସାହୁ ଠାରୁ ୩୦ ଲିଟର ବିଦେଶୀ ମଦ ଜବତ ହୋଇଛି ।

ସେପଟେ  ଦୁଇ ଅପରାଧୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ଅଞ୍ଚଳରେ ଦିନକୁ ଦିନ ଦେଶୀ-ବିଦେଶୀ ମଦ, ଭାଙ୍ଗ, ଗଞ୍ଜେଇ ସହ ଧଳା ଜହର କାରବାର ବଢିବାରେ ଲାଗିଛି । ସବୁ ଜାଣି ବି ଅବାକାରୀ ବିଭାଗ କାହିଁକି ଚୁପ୍‌ ବସିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.