ମାଛ ମାର୍କେଟରେ ପୋଲିସର ଚଢାଉ : ବ୍ରାଉନ୍‌ସୁଗାର ଜବତ, ଦୁଇ ଗିରଫ

Published By : Prameya-News7 Bureau | December 13, 2022 IST

ଚଣ୍ଡିଖୋଲ ୧୩।୧୨ :  ବ୍ରାଉନ୍‌ସୁଗାର ଜବତ ସହ ଦୁଇ ଜଣ ଗିରଫ । ଯାଜପୁର ଜିଲ୍ଲା ବଡଚଣା ଥାନା ପୋଲିସ ଚଣ୍ଡିଖୋଲ ଛକ ନିକଟରୁ ୧୬ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଖବର ଅନୁଯାୟୀ, ଗତ ଦୁଇ ଦିନ ତଳେ ବଡ଼ଚଣା ଥାନା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଣ୍ଡିଖୋଲ ମାଛ ମାର୍କେଟରେ ଚଢାଉ କରିଥିଲା । ଏହି ଚଢାଉରେ ୧୬ ଗ୍ରାମର ବ୍ରାଉନ୍‌ସୁଗାର ସହ ଦୁଇଟି ମୋବାଇଲ ଜବତ ହୋଇଛି । ଏହାବ୍ୟତୀତ ୧୬୫୦୦ ଟଙ୍କା ମଧ୍ୟ ପୋଲିସକୁ ମିଳିଛି । ତେବେ ଗିରଫ ଦୁଇ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.