ନାରାୟଣ ବସ୍ତିରେ ଚନ୍ଦୁ ହତ୍ୟାକାଣ୍ଡ ମାମଲା, ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଗିରଫ
14/09/2022 at 12:03 PM

ଭୁବନେଶ୍ବର ୧୪।୦୯ : ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ୍ ଚନ୍ଦୁ ହତ୍ୟାକାଣ୍ଡ ମାମଲା । ଗିରଫ ହେଲେ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା । ଦୁଇ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ହତ୍ୟାକାଣ୍ଡ ପରେ ବାହାର ଜିଲ୍ଲାରେ ଯାଇ ଲୁଚିଥିଲେ ରଞ୍ଜୁ ଓ ସହଯୋଗୀ ।
ଖବର ଅନୁଯାୟୀ, ଗତ ୯ ତାରିଖ ରାତିରେ ଚନ୍ଦୁ ଓ ତାର ୨ ସହଯୋଗୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ରଞ୍ଜୁ ଓ ତାଙ୍କ ସହଯୋଗୀ । ଫଳରେ ଚନ୍ଦୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରଠାରୁ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିଲେ । କମିଶନରେଟ୍ ପୋଲିସ ଘଟଣାରେ ତଦନ୍ତ ଏବେ ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୋଲିସ ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023