ଥମୁନି ଧଳାଜହର ଜବତ, ଦୁଇ ବ୍ରାଉନ୍ସୁାଗର ବେପାରୀ ଗିରଫ
17/12/2022 at 10:03 AM

ଭଦ୍ରକ ୧୭।୧୨ : ଜାତୀୟ ରାଜପଥରୁ ଦୁଇ ବ୍ରାଉନ୍ସୁଗାର ବେପାରୀ ଗିରଫ । ବାଇକ୍ରେ ବ୍ରାଉନ୍ସୁଗାର ନେଉ ଯାଉଥିବା ବେଳେ ଦୁଇ ଜଣ ବ୍ରାଉନ୍ସୁଗାର ବେପାରୀଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ
ଖବର ଅନୁଯାୟୀ, ବଉଳପୋଖରୀ ଅଞ୍ଚଳରୁ ଦୁଇ ଜଣ ଯୁବକ ୧୧ ଗ୍ରାମର ବ୍ରାଉନସୁଗାର ନେଇ ପାଣିକୋଇଲି ଆଡକୁ ଯାଉଥିଲେ । ୧୬ ନମ୍ବର ଜାତୀୟ ରାଜପଥର ଜ୍ୟୋତି କନଭେଣ୍ଟ ସ୍କୁଲ ନିକଟରେ ପୋଲିସ ଗାଡିକୁ ଅଟକାଇଥିଲା । ତନାଘନା ପରେ ସେମାନଙ୍କ ନିକଟରୁ ୧୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ଗିରଫ ଦୁଇ ଜଣ କଟକ ଜିଲ୍ଲାର ଜିତେନ୍ଦ୍ର ମହାରଣା ଓ ସମ୍ବିତ ମିଶ୍ର ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କ ନିକଟରୁ ବାଇକ, ମୋବାଇଲ ଓ ପରିଚୟ ପତ୍ର ମିଳିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023