ବାଇକ୍‌ ଚୋରି କରି ଥାନାରେ ଛାଡିଦେଲେ ଲୁଟେରା, ସିସିଟିଭି ଯାଞ୍ଚରୁ ଲିଙ୍କ ପାଇଲା ପୋଲିସ

Published By : Prameya-News7 Bureau | July 17, 2022 IST

ଭଦ୍ରକ ୧୭।୦୭ : ଚୋରି କରି ଥାନାରେ ଛାଡିଦେଲା ବାଇକ୍‌ । ପରେ ସିସିଟିଭିରୁ ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଗିରଫ ସହ ୧୦ ବାଇକ୍‌ ଜବତ କରିଛି ଭଦ୍ରକ ପୋଲିସ ।

{"id":657525,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଭଦ୍ରକ ସହରର ସମରାଇପୁର ଅଞ୍ଚଳର ଅଜୟ ମଲ୍ଲିକଙ୍କ ଗାଡି ଚୋରି ହୋଇଥିଲା । ଏତଲା ଆଧାରରେ ତଦନ୍ତ ବେଳେ ଚୋରା ବାଇକଟି ଭଦ୍ରକ ଟାଉନ ଥାନାରେ ପରିସରରେ ମିଳିଥିଲା । ପରେ ଟାଉନ ଥାନାର ସିସିଟିଭି ଓ ଅନ୍ୟ କେତେକ ସ୍ଥାନର ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ପରେ ଲୁଟେରା ବିଷୟରେ ସୁରାକ ମିଳିଥିଲା । ଭଦ୍ରକ ଟାଉନ ଥାନା ଅଧିନ ରେଳବାଇ କଲୋନୀରେ ରହୁଥିବା ମୟୁରଭଞ୍ଜ  ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳର ଲୁଟେରା ରଞ୍ଜନ ପାତ୍ର ଘରେ ଚଢ଼ାଉ ହୋଇଥିଲେ । ଏହି ଚଢାଉରେ ୫ଟି ବାଇକ ମିଳିଥିଲା । ଏହାସହିତ ସହଯୋଗୀ କୁନିପୁଅ ଘରୁ ଦୁଇଟି ଚୋରା ବାଇକ ଜବତ ହୋଇଥିଲା । ପରେ ଚୋରା ବାଇକର ଲିଙ୍କ ନେଇ  ତିହିଡି ଓ ସାବରଙ୍ଗରେ ଚଢ଼ାଉ କରି ଦୁଇଟି ବାଇକ ଜବତ ହୋଇଥିବା ବେଳେ ଅଭିଯୁକ୍ତ ମାନେ ଖସି ପଳାଇଥିଲେ ।

{"id":657526,"sizeSlug":"full","linkDestination":"none"}

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୦ଟି ଚୋରା ବାଇକ ଜବତ ସହ ରଞ୍ଜନ ପାତ୍ର ଓ କୁନିପୁଅ ଓରଫ ବିଜୟ ଜେନାକୁ ଗିରଫ କରିଛି । ଫେରାର ଆସାମୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଭଦ୍ରକ ଅତିରିକ୍ତ ଏସପି ବିଜୟ ରଞ୍ଜନ କେରକେଟା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.