Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ସୁରକ୍ଷାକର୍ମୀଙ୍କୁ ସଫଳତା: ବାରାମୁଲାରୁ ଦୁଇ ଆତଙ୍କୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

8/03/2023 at 11:18 AM

ଶ୍ରୀନଗର ୦୮।୦୩ : ସୁରକ୍ଷାକର୍ମୀ ଓ ପୋଲିସକୁ ସଫଳତା । ଜାମ୍ମୁ-କାଶ୍ମୀର ବାରାମୁଲାରୁ ୨ ଆତଙ୍କବାଦୀଙ୍କୁ ଗିରଫ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ମଧ୍ୟ ହୋଇଛି ।

ଖବର ଅନୁଯାୟୀ, ଜାମ୍ମ-କାଶ୍ମୀରର ବାରାମୁଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ବାରାମୁଲାରେ ଚଢାଉ କରିଥିଲେ । ଏହି ଚଢାଉରେ ସୁରକ୍ଷାକର୍ମୀଙ୍କୁ ମିଳିଥିଲା ସଫଳତା । ଲସ୍କର-ଇ-ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ । ପରେ ସେମାନଙ୍କ ନିକଟରୁ ବିପୁଳି ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ମଧ୍ୟ ହୋଇଛି ।

ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଏକେ-୪୭ର ମାଗାଜିନ୍‌, ଏକ-୪୭ର ୧୫ ରାଉଣ୍ଡ ସାମିଲ ଅଛି । ଏହାସହିତ ଆତଙ୍କୀଙ୍କ ନିକଟରୁ ଲସ୍କର-ଇ-ତୋଇବାର ୨୦ଟି ପୋଷ୍ଟର ମଧ୍ୟ ଜବତ ହୋଇଛି । ସେପଟେ ସୁରକ୍ଷାକର୍ମୀଙ୍କ ତଦନ୍ତ ପରେ ଦୁଇ ଆତଙ୍କୀଙ୍କ ପରିଚୟ ମିଳିଛି । ଗିରଫ ଆତଙ୍କୀମାନେ ହେଲେ ଖୁର୍ସିଦ ଅମ୍ମମଦ ଖାନ୍‌ ଏବଂ ରିୟାଜ ଅହମ୍ମଦ ଖାନ୍‌ ବୋଲି ଜଣାପଡିଛି । କିଛି ଆତଙ୍କୀ ଆକ୍ରମଣରେ ଏମାନେ ସାମିଲ ଥିବା ଅନୁମାନ କରାଯାଉଛି ।

ସେହିପରି ପୂର୍ବରୁ ମଧ୍ୟ ଜାମ୍ମ-କାଶ୍ମୀରର କୁଲଗାମ୍‌ରୁ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ସେନାବାହିନୀର ଯବାନ ।  ଗିରଫ ଆତଙ୍କବାଦୀମାନେ ହିଜ୍‌ବୁଲ୍‌ ମୁଜ୍ଜାହିଦ୍ଦିନ ସହିତ ଜଡିତ ଥିଲେ ବୋଲି ସୂଚନା ମିଳିଥିଲା ।

   Related Posts