ବୃଦ୍ଧି ପାଉଛି ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର, ୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

Published By : Prameya-News7 Bureau | August 15, 2022 IST

ଲମତାପୁଟ ୧୫।୮: ୨୪ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ପ୍ରକଳ୍ପକୁ ଯୋଗାଉଥିବା ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି ।ମାଛକୁଣ୍ଡ ଡ଼ି ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଛି । ଡ୍ୟାମ୍‌ର ଜଳଧାରଣ କ୍ଷମତା ୨୫୯୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨୫୮୮.୯ ଫୁଟ ଜଳ ରହିଛି । ତେଣୁ ଡ୍ୟାମ୍‌ର ୨ଟି ଗେଟ୍ ଖୋଲି ଦିଆଯାଇଛି । ଫଳରେ ୬ ନମ୍ବର ଗେଟ୍ ଦେଇ ୩୦୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ୮ ନମ୍ବର ଗେଟ୍ ଦେଇ ୬୦୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଯଦି ଏହିଭଳି ଲଗାଣ ବର୍ଷା ଲାଗି ରହେ ତେବେ ଆଉ ୨ଟି ଗେଟ୍ ଖୋଲାଯିବା ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.