ଆକ୍ସନରେ ଅବକାରୀ ବିଭାଗ, ଦୁଇ ବେପାରୀ ଗିରଫ ସହ ୪୫ କେଜି ଗଞ୍ଜେଇ ଜବତ
23/09/2023 at 10:17 AM

ଆଠମଲ୍ଲିକ ୨୩।୦୯ : ଆକ୍ସନରେ ଅବକାରୀ ବିଭାଗ । ଆଠମଲ୍ଲିକ ଥାନା ନିକଟରୁ ୪୫ କେଜି ଗଞ୍ଜେଇ ସହ ଗୋଟିଏ କାର୍କୁ ଜବତ ସହ ଦୁଇ ଜଣଙ୍କୁ ଧରିଛି ଅବକାରୀ ବିଭାଗ ।
ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ଏକ କାର୍ ଗଞ୍ଜେଇ ସହିତ ଦୁଇ ଜଣ ବେପାରୀ ଯାଉଥିଲେ । ଏହା ସମୟରେ ଅବକାରୀ ବିଭାଗ ଚଢାଉ କରି କାର୍କୁ ଜବତ କରିଥିଲା । ଆଉ ଏହି କାର୍ରୁ ୪୫ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାସହ ଦୁଇ ଗଞ୍ଜେଇ ବେପାରୀ ସୁଶାନ୍ତ ମହନନ୍ଦିଆ ଓ ସୁଶୀଲ ମହନନ୍ଦିଆକୁ ଗିରଫ କରିଛି ଅବକାରୀ ବିଭାଗ ।
ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଚାରି ଲକ୍ଷ୍ୟରୁ ଅଧିବ ହେବ ବୋଲି ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଏହି ଗଞ୍ଜେଇ ଚୋରାରେ ଚାଲାଣ ହେଉଥିଲା ବୋଲି ଜଣାପଡିଛି ।
ଆହୁରି ପଢନ୍ତୁ :
Related Posts
ବିଜୟ ଶଙ୍କରଙ୍କ ଆବେଦନ ଖାରଜ, ବିବାହ କରି ପାରିବେନି ଯୁବ ବିଧାୟକ
5 December 2023
ରାଜ୍ୟ କ୍ୟାବିନେଟ୍ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର
5 December 2023