ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମାଛ ଧରିବାକୁ ଯାଇ ସମୁଦ୍ରରେ ଭାସିଗଲେ ଦୁଇ ମତ୍ସ୍ୟଜୀବୀ : ଜଣେ ମୃତ, ଜଣେ ଉଦ୍ଧାର

30/08/2022 at 11:27 AM

ଚାନ୍ଦବାଲି ୩୦।୮: ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତର ଦୁଇ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ବେଳେ ଉଚ୍ଚ ଜୁଆର ମାଡରେ ଭାସିଯାଇ ଥିଲେ । ସେମାନଙ୍କୁ ସ୍ଥାନୀୟ ଧିବର ଉଦ୍ଧାର କରିଥିଲେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସମୁଦ୍ରକୁ ମାଛ ଧରିବା ପାଇଁ ୨ ଜଣ ମତ୍ସ୍ୟଜୀବୀ କରଞ୍ଜମାଳ ପଞ୍ଚାୟତ ଅଧିନସ୍ଥ ଧାନକୁଟା ଗ୍ରାମର ୫୨ ବର୍ଷ ବୟସ୍କ ଲକ୍ଷ୍ମୀଧର ଦାସ ଏବଂ ୩୮ ବର୍ଷ ବୟସ୍କ ପ୍ରଶାନ୍ତ ଦାସ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ । ସେ ନିକଟସ୍ଥ ବଙ୍ଗୋପସାଗର କୂଳଠାରୁ କିଛି ଦୂରରେ ବେଢ଼ ଜାଲ ମାରିଥିଲେ । ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଫଳରେ ଲକ୍ଷ୍ମୀଧର ଦାସ ସମୁଦ୍ରରେ ଭାସି ଯାଇଥିଲେ । ଲକ୍ଷ୍ମୀଧର ଭାସି ଯାଉଥିବା ଦେଖି ପ୍ରଶାନ୍ତ ତତକ୍ଷଣାତ ଏକ ଦଉଡି ଫିଙ୍ଗି ଦେଇ ସେହି ଦଉଡିକୁ ଧରିବାକୁ କହିଥିଲେ । ମାତ୍ର ସମୁଦ୍ରର ଅଶାନ୍ତ ଢେଉରେ ଲକ୍ଷ୍ମୀଧର ଭାସି ଯାଇଥିଲେ । ଏପରିକି ସମୁଦ୍ର ଢେଉରେ ମଧ୍ୟ ପ୍ରଶାନ୍ତ ଅଚେତ ହୋଇପଡିଥିଲେ ।

ନିକଟରେ ଥିବା ଅନ୍ୟ କେତେକ ମତ୍ସ୍ୟଜୀବୀ ଏପରି ଘଟଣା ଦେଖି ଅଗ୍ନିଶମ ବିଭାଗକୁ ଫୋନ କରିବା ସହ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଧାମରା ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ଯାଇ ସମୁଦ୍ରର ଅଶାନ୍ତ ପରିସ୍ଥିତିକୁ ଦେଖି ସମୁଦ୍ର ମଧ୍ୟକୁ ନଯାଇ ଫେରି ଆସିଥିଲେ । ପରେ ସ୍ଥାନୀୟ ଲୋକ ସେହି ସ୍ଥାନକୁ ଯାଇ ପାଣି ଛାଡିବା ପରେ ଲକ୍ଷ୍ମୀଧରଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ ଓ ବଇଁଚା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମେଡିକାଲକୁ ପଠାଇଥିବା ଜଣାପଡିଛି । ଅନ୍ୟପଟେ ପାଣିରେ ବୁଡି ଶ୍ବାସରୁଦ୍ଧ ହୋଇଥିବା ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ ବଇଁଚା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

   Related Posts