ନୂଆଦିଲ୍ଲୀ: ଜେଲ୍ରେ ସଜା କାଟୁଥିବା ଦୁଇ ମହିଳା ଗର୍ଭବତୀ ହୋଇଛନ୍ତି। ଆଉ ଏହି ମହିଳାଙ୍କୁ ଗର୍ଭବତୀ କରିଛନ୍ତି ଜଣେ କିନ୍ନର କଏଦୀ। ମାମଲା ସାମ୍ନାକୁ ଆସିବା ପରେ କିନ୍ନରଙ୍କୁ ମହିଳା ଜେଲ୍ରୁ ହଟାଇ ପୁରୁଷ ଜେଲ୍କୁ ସ୍ଥାନାନ୍ତର କରାଯାଇଛି। ଏବେ ଉକ୍ତ କିନ୍ନର କଏଦୀ ନୂତନ ଜେଲ୍ରେ ତାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ହେଉଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ଜେଲ୍ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମାମଲା ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି।
ଏହି ମାମଲା ଆମେରିକାର ନ୍ୟୁଜର୍ସିର। ସାବତ ବାପାଙ୍କୁ ଛୁରି ଭୁଶି ହତ୍ୟା କରିବା ମାମଲାରେ କିନ୍ନର ଡେମି ମାଇନର ୩୦ ବର୍ଷ ଦଣ୍ଡ ଭୋଗୁଛନ୍ତି। ୨୭ ବର୍ଷୀୟ ଡେମୀ ଜେଲ୍ରେ ଥିବା ସମୟରେ ଦୁଇ ସାଥୀ ମହିଳା କଏଦୀଙ୍କୁ ଗର୍ଭବତୀ କରି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏବେ ତାଙ୍କୁ ନୂତନ ଜେଲରେ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି।
ଡେଲି ମେଲ୍ ସହ ଆଲୋଚନା ବେଳେ ଉକ୍ତ ଜେଲ୍ ବିଷୟରେ ଜାଣିଥିବା ଜଣେ ବ୍ୟକ୍ତି କହିଛନ୍ତି, ମନୋରଞ୍ଜନ ସମୟରେ କଏଦୀଙ୍କ କୋଠରୀ ଖୋଲା ରହିଥାଏ। ଏହି ସମୟରେ ଜଣେ କଏଦୀ ଅନ୍ୟ କଏଦୀଙ୍କ ସେଲ୍କୁ ଲୁଚିଛପି ପହଞ୍ଚି ଯାଆନ୍ତି। ଏହା ପରେ ଏହି ଲୋକେ ବାଥରୁମକୁ ଯାଇ ଶାରୀରିକ ସଂପର୍କ ରଖିଥାନ୍ତି। ସୂଚନାଯୋଗ୍ୟ, ୧୬ ବର୍ଷ ବୟସରେ ଡେମୀ ନିଜ ସାବତ ବାପା ଥିଓଟିସ୍ ବଟ୍ସଙ୍କ ହତ୍ୟା କରିଥିଲେ। ଏହି ଘଟଣାରେ ଏବେ ସେ ସଜା କାଟୁଛନ୍ତି।