ଦଳିଦେଲା ଦନ୍ତାହାତୀ, ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

Published By : Prameya-News7 Bureau | December 04, 2023 IST

ଟାଙ୍ଗୀ ୦୪।୧୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଅଘଟଣ । ଦନ୍ତାହାତୀର ପାଦ ଗଳେ ଦୁଇ ଜଣ ଚାଷୀଙ୍କ ଜୀବନ । ମୃତକ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି ।

{"id":878346,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରବିବାର ଦିନ ବିଳମ୍ବିତ ରାତିରେ ଓରଡ ଗାଁର କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ବରିକୋ ଗାଁର ଲକ୍ଷ୍ମୀଧର ବେହେରା ଚାଷ ଜମିକୁ ଯାଇଥିଲେ । ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଧାନ ଫସଲକୁ ସୁରକ୍ଷା ଦେବା ଏବଂ ହାତୀକୁ ଘଉଡାଇବା ପାଇଁ ଉଭୟ ବିଲକୁ ଯାଇଥିଲେ । କିନ୍ତୁ ଏହି ସମୟରେ ଉଭୟ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ଉଭୟଙ୍କୁ ହାତୀ ପାଦ ତଳେ ଦଳ ନେଇଯାଇଛି ଜୀବନ ଯାଇଛି ।

wp:embed {"url":"https://www.prameyanews7.com/anu-mallick-perform-in-baliyatra-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anu-mallick-perform-in-baliyatra-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.