ଧାନ ବିକିବାକୁ ଯାଇ ମିଲର୍ସଙ୍କଠାରୁ ମାଡ ଖାଇଲେ ଦୁଇ ଚାଷୀ

Published By : Prameya-News7 Bureau | December 22, 2018 IST

ବରଗଡ ୨୨|୧୨: ଧାନ ବିକିବାକୁ ଯାଇ ମିଲର୍ସଙ୍କଠାରୁ ମାଡ ଖାଇଲେ ଦୁଇ ଚାଷୀ । ବରଗଡ ସଦର ଥାନା ବହେରା ନିକଟସ୍ଥ ରାଜିବ ଲୋଚନ ରାଇସ ମିଲରେ ଚାଷୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ମାଡ ଖାଇଥଛିବା ୨ ଚାଷୀ ହେଲେ ମନୋଜ ଏବଂ ଏକାଦଶିଆ । ବହେରା ମାର୍କେଟ ୟାର୍ଡକୁ ଜଣେ ଚାଷୀ ଧାନ ବିକ୍ରୀ କରିବା ପାଇଁ ଆସିଥିଲେ । ସେଠାରୁ ଧାନ ବିକ୍ରି ରସିଦ ନେଇ ସେ ମିଲର୍ସ ପାଖକୁ ଯାଇଥିଲେ । ଧାନରେ କଟନି ଛଟନୀ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଧାନରେ ଆର୍ଦ୍ରତା ଥିବା ଦର୍ଶାଇ ମିଲ ମାଲିକ ଏନ.ପି ସିଂହଲ ଚାଷୀଙ୍କ ରସିଦକୁ ଚିରି ଦେବା ସହ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ମାମଲା ରୁଜୁ ହୋଇ ନାହିଁ । ତେବେ ଅଭିଯୋଗ ପରେ ପୂରା ଘଟଣା ନେଇ ପୋଲିସ ପ୍ରାଥମିକ ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.