ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ତେଣ୍ଟା ଓ କୁରାଢୀ ମାଡ଼ରେ ୨ମୃତ, ୬ ଗୁରୁତର

Published By : Prameya-News7 Bureau | October 11, 2020 IST

ବ୍ରହ୍ମଗିରି ୧୧।୧୦: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିଶେଣା ଗାଁରେ ଦୁଇ ପରିବାର ଭିତରେ ଗଣ୍ଡଗୋଳ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

{"id":342260,"sizeSlug":"large"}

ଖବର ଅନୁଯାୟୀ, ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିବା ଅନୁମାନ କରାଯାଉଛି । ଯାହାଫଳରେ କି ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଶରତ ଭୋଇ ଏବଂ ସୁରିଆ ଭୋଇ।  କୁରାଢ଼ୀ ଓ ତେଣ୍ଟା ମାଡରେ ସେମାନଙ୍କର ମୃତ୍ୟୁ ଘଟିଛି। ତେବେ ଗୁରୁତର ଥିବା ୬ ଜଣଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.