ଆଠଗଡ଼ ୨୫।୦୭: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ । ଆଠଗଡ଼ ଖୁଣ୍ଟୁଣୀ ଥାନା ଅଞ୍ଚଳର ଧୂରୁଷିଆ ଗାଁ ୨ଟି ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି । ମୃତକ ଗୟାଧର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
{"id":305100,"sizeSlug":"large"}ସୂଚନାଯୋଗ୍ୟ ଯେ, ଏକ ସରକାରରୀ ଜମିକୁ ନେଇ ଉଭୟ ପରିବାର ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗିରହିଥିଲା । ଧୂରୁଷିଆ ଗାଁର ରାଉତ ଓ ସାହୁ ପରିବାର ମଧ୍ୟରେ ସରକାରୀ ଜମିକୁ ନେଇ ବିବାଦ ଲାଗି ରହିଥିଲା । ଶେଷରେ ବିବାଦ ଏତେ ଉଗ୍ରରୂପ ନେଲା ଯେ, ଗତକାଲି ବିଳମ୍ବିତ ରାତିରେ ଉଭୟ ପରିବାର ମଧ୍ୟରେ ସଂପୃକ୍ତ ଜମିକୁ ନେଇ ବଚସା ହୋଇଥିଲା । ଧୀରେ ଧୀରେ ବଚସା ମାରପିଟ୍ ଓ ଗଣ୍ଡଗୋଳ ହୋଇଯାଇଥିଲା । ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଖୁଣ୍ଟୁଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଗଣ୍ଡଗୋଳରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି ।