Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାର୍ଯ୍ୟାଦେଶ ପାଇଁ ନେଉଥିଲେ ୧୦ ହଜାର; ଲାଞ୍ଚ ନେବାବେଳେ ଜେଇଙ୍କ ସହ ୩ ଗିରଫ

29/05/2023 at 10:42 PM

ବ୍ରହ୍ମପୁର ୨୯/୦୫: ଭିଜିଲାନ୍ସ ପଞ୍ଝାରେ ଦୁଇ କନିଷ୍ଠ ଯନ୍ତ୍ରୀ ଓ ଜଣେ ଖଲାସି। ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଏସଟିମେଟର ତଥା କନିଷ୍ଠ ଯନ୍ତ୍ରୀ ଧିରେନ୍ଦ୍ର କୁମାର ପଣ୍ଡା ଓ ଖଲାସି ଅଜୟ କୁମାର ପାତ୍ର ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଗିରଫ ତାଙ୍କୁ ଗିରଫ କରିଛି। କୁକୁଡ଼ାଖଣ୍ଡି ବଡ଼ବନ୍ଧ କାମର ୱାର୍କ ଅଡର ସେମାନେ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଖବର ଅନୁସାରେ ସମ୍ପୃକ୍ତ ବନ୍ଧର ମୂଳକାମ ୭ ଲକ୍ଷ ୧୪ ହଜାର ଟଙ୍କା ହୋଇଥିଲା ବେଳେ କନିଷ୍ଠ ଯନ୍ତ୍ରୀ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମେ ଫୋନ-ପେ ରେ  ୧୪ ହଜାର ଟଙ୍କା ନେଇଥିବା ବେଳେ ବର୍ତ୍ତମାନ ୧୦ ହଜାର ପୁଣି ଲାଞ୍ଚ ଦେବା ପାଇଁ ଠିକାଦାରଙ୍କୁ କହିଥିଲେ କନିଷ୍ଠ ଯନ୍ତ୍ରୀ। ଏଭଳି ବାରମ୍ବାର ଲାଞ୍ଚ ମାଗିବାରୁ ସମ୍ପୃକ୍ତ ଠିକାଦାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।

ଫଳରେ ସୋମବାର କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଗିରଫ କରିଛନ୍ତି। ଏହାସହ ବିଭାଗରେ କାର୍ଯ୍ୟରତ ଥିବା ଏସଟିମେଟର ତଥା କନିଷ୍ଠଯନ୍ତ୍ରୀ ଧିରେନ୍ଦ୍ର କୁମାର ପଣ୍ଡା ଓ ଖଲାସି ଅଜୟ କୁମାର ପାତ୍ର ମଧ୍ୟ ଗିରଫ ହୋଇଛନ୍ତି। ପରେ ଲାଞ୍ଚ ଟଙ୍କା ୧୦ ହଜାର ଟଙ୍କା ମଧ୍ୟ ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ। ଏହା ସହିତ ତିନି ଜଣଙ୍କ ଘରେ ଭିଜିଲାନ୍ସର ତିନୋଟି ଟିମ ଚଢାଉ କରି ଯାଞ୍ଚ ଜାରି ରଖିଛି।

   Related Posts