ମହାନଦୀରୁ ପାଣିଭାର ଉଠାଇବାବେଳେ ବୁଡିଗଲେ ୨ କାଉଡିଆ

Published By : Prameya-News7 Bureau | August 13, 2018 IST

ଜଗତସିଂହପୁର ୧୩/୮ : ମହାନଦୀରୁ ପାଣିଭାର ଉଠାଇବାବେଳେ ବୁଡିଗଲେ ୨ କାଉଡିଆ । ଜଗତସିଂହପୁର ତିର୍ତ୍ତୋଲ ଥାନା ଝୁଲାବାବା ମଠ ନିକଟସ୍ଥ ମହାନଦୀ ଘାଟରେ ବୁଡିଗଲେ । ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ । ତିର୍ତ୍ତୋଲ ଥାନା ପିମ୍ପଳମାଧବ ମହମ୍ମଦାବାଦ ଗାଁର କିଛି ଯୁବକ ମହାଦେବଙ୍କ ଜଳାଭିଷେକ ଲାଗି ଭୋରରୁ ମହାନଦୀରୁ ପାଣି ନେବାକୁ ଆସିଥିଲେ । ତେବେ ପାଣିର ପ୍ରଖର ସ୍ରୋତରେ ୨ ଜଣ ଭାସିଯାଇଥିଲେ । ପାଖରେ ଥିବା କିଛି ଲୋକ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଥିଲେ । ଗୁରୁତର ଯୁବକ ହେଲେ ମହମ୍ମଦାବାଦ ପାଉଁସୁରା ଗ୍ରାମର କାର୍ତ୍ତିକ ନାଥଙ୍କ ପୁଅ ସରୋଜ ନାଥ । ତାଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେହି ଗାଁର ସିଦ୍ଧାର୍ଥ ଦାସ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.