ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଡ୍ରାଇଭର ମୃତ

Published By : Prameya-News7 Bureau | January 21, 2020 IST

ବୌଦ୍ଧ ୨୧।୧: ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଦୁଗୁଦା ଠାରେ ଦୁର୍ଘଟଣା ଘଟିଛି । କୋକାକୋଲା ବୋଝେଇ ଟ୍ରକ୍ ଏବଂ ପରିବା ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ପରିବା ବୋଝେଇ ଟ୍ରକ୍ ବରଗଡରୁ ଭୁବନେଶ୍ବର ଆସୁଥିଲା ।

{"id":214029,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଦୁଗୁଦାଠାରେ କୋକାକୋଲା ବୋଝେଇ ଟ୍ରକ୍ ଏବଂ ପରିବା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଉଭୟ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲପର ଆହତ ହୋଇଥିବା ଜଣାପଡିଛି ।

{"id":214030,"sizeSlug":"large"}

ମୃତକମାନେ ହେଲେ ବୌଦ୍ଧ ଚାରିଛକର ଉତ୍ତମ ସାହୁ ଏବଂ ଖୋର୍ଦ୍ଧା ପିଚୁକୁଳିର କୁନା ମାଣିକ। ଗତକାଲି ବିଳମ୍ବିତ ରାତିରେ ପରିବା ବୋଝେଇ ଟ୍ରକ୍ ବରଗଡରୁ ଭୁବନେଶ୍ବର ଯାଉଥିବା ସମୟରେ ଗୁଦୁଗୁଦାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ଶବ ଉଦ୍ଧାର କରିବା ସହ ଆହତଙ୍କୁ ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରି ଅଧିକା ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.