ମର୍ମନ୍ତୁଦ ଦୁର୍ଘଟଣା, ଟ୍ରଲର ଧକ୍କାରେ ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | November 13, 2023 IST

ବରଗଡ଼ ୧୩।୧୧ : ବରଗଡ଼-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ଦେବହାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରଲର ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କର ମିଳିଛି ପରିଚୟ ।

wp:embed {"url":"https://www.prameyanews7.com/delhi-jaipur-expressway-oil-tanker-hit-car-pickup-van-many-killed-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-jaipur-expressway-oil-tanker-hit-car-pickup-van-many-killed-police/
/wp:embed

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରଲ୍‌ର କୋଇଲା ବୋଝେଇ କରି ଯାଉଥିବା ବେଳେ ବାଇକ୍‌ ସହିତ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍‌ରେ ଦୁଇ ଜଣ ଝିଟିକି ପଡିଥିଲେ । ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ  ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ଜଣେ  କିଶୋର ଚନ୍ଦ୍ର ସାହୁ ,ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଅଞ୍ଚଳ ଦଣ୍ଡେଇ ପାଲି ଗାଁର ବୋଲି ଜଣାପଡ଼ିଛି ।

wp:embed {"url":"https://www.prameyanews7.com/virat-kohli-claims-odi-wicket-after-9-years-anushka-sharmas-reaction-is-viral/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-claims-odi-wicket-after-9-years-anushka-sharmas-reaction-is-viral/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.