scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

4/10/2023 at 7:41 AM

କୁଚିଣ୍ଡା ୦୪।୧୦ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପାରୁଆଭାଡି ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ୱର ଧାନ ଏବଂ ପଣ୍ଡରୀକଟା ଗାଁରେ ଦଧି ଦର୍କା ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ଉଭୟ ବୁଧବାର ଦିନ ସକାଳ ସମୟରେ ଶୌଚ ହେବା ପାଇଁ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ଆସି ଉଭୟଙ୍କ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଛିଟ୍‌କି ପଡିଥିଲେ । ଏପିରିକି ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି ।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । କ୍ଷତିପୂରଣ ଦାବିରେ ଅଡିବସିଛନ୍ତି ସ୍ଥାନୀୟଲୋକେ । ତେବେ ରାସ୍ତା ରୋକର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

   Related Posts