ଟ୍ରକକୁ ପଛରୁ ପିଟିଲା କାର୍‌, ଚାଲିଗଲା ଦୁଇ ଜଣଙ୍କ ଜୀବନ

Published By : Prameya-News7 Bureau | July 04, 2024 IST

ଯାଜପୁର ୦୪।୦୭ : ଯାଜପୁର ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥ ଦାମୋଦରପୁର ନିକଟରେ ଦୁର୍ଘଟଣା । ଟ୍ରକ ପଛରେ ପିଟି ହେଲା କାର୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । 

ଖବର ଅନୁଯାୟୀ, ବାଲେଶ୍ବର ନମ୍ବର ଥିବା ଉକ୍ତ କାରଟି କଟକରୁ ବାଲେଶ୍ୱର ଅଭିମୁଖେ ଆସୁଥିଲା । ଆଶୀର୍ବାଦ ଆଗ୍ରୋ ଅଟା ଫ୍ୟାକ୍ଟ୍ରି ନିକଟରେ ଭାରସାମ୍ୟ ହରାଇ ଆଗରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ୫ ଜଣ ଗୁରୁତର ଆହତ ହୋଇଥିଲେ। ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଏକ ସଂଗଠନ ଏବଂ ରାଜପଥ ପାଟ୍ରୋଲିଂ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବାକି ଅନ୍ୟ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଦୁଇ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସହ ଗୁରୁତରଙ୍କର କୌଣସି ପରିଚୟ ମିଳିପାରିନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.