ପ୍ରବଳ ଖରାରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | May 30, 2024 IST

ଭୁବନ ୩୦।୫: ପ୍ରବଳ ଖରାରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ । ମୃତକ ଦୁଇ ଜଣ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୧ ର ୫୨ ବର୍ଷୀୟ ସୁଧାଂଶୁ ଭୁଷଣ ପୃଷ୍ଟି ଓ ଅନ୍ୟ ଜଣେ ବାରୁଆଁ ପଞ୍ଚାୟତ ମଠଖୋକସା ଗ୍ରାମର ୩୦ ବର୍ଷୀୟ କବି ରାଉତ । ସୁଧାଂଶୁ ଜଣେ ପରିବା ବ୍ୟବସାୟୀ । ସେ ପରିବା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଟଳି ପଡିଥିଲେ । ସ୍ଥାନୀୟ ଲୋକେ ସୁଧାଂଶୁଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ସେହିପରି ଭୁବନ ଥାନା ମଠଖୋକସା ଗ୍ରାମର କବି ରାଉତ ଘରେ ବସିଥିବା ସମୟରେ ଅତ୍ୟଧିକ ଗରମ ଯୋଗୁଁ ଅସୁସ୍ଥ ଅନୁଭବ କରି ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଛନ୍ତି । ତେବେ ଦୁଇ ମୃତକଙ୍କ ପରିବାର ଲୋକେ ଅସହ୍ୟ ଖରାତାପ ଯୋଗୁଁ ମୃତ୍ୟୁ ହୋଇଥିବା ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଦୁଇ ଜଣଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

You Can Read :

ନରାଜରେ ଗାଧୋଇବା ବେଳେ ବୁଡିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.