ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ସମେତ ଦୁଇ ମୃତ

Published By : Prameya-News7 Bureau | December 20, 2018 IST

କେନ୍ଦ୍ରାପଡା ୨୦|୧୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫(କ)ର ନିଳାଞ୍ଚଳ ବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଏରସମା ଅଞ୍ଚଳର ବାସୁ ସାହୁ ଓ ପବିତ୍ର ସାହୁ ।

ସୂଚନା ଅନୁସାରେ ଏରସମା ଅଞ୍ଚଳର ବାସୁ ସାହୁ ଓ ପବିତ୍ର ସାହୁ ମାର୍ଶାଘାଇ ଥାନା ସୋବଳାକୁ ଅଷ୍ଠମଙ୍ଗଳା ଭାର ନେଇ ଆସିଥିଲେ । ରାସ୍ତାରେ ଯାଉଥିବାବେଳେ ସେମାନଙ୍କୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପାରାଦୀପ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.