ବରଯାତ୍ରୀରୁ ଫେରୁଥିଲେ ୩ଜଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | March 05, 2024 IST

ବ୍ରହ୍ମପୁର ୦୫।୦୩  : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌ । ଆଉ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କାଳିଞ୍ଜିପଲ୍ଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ବରଯାତ୍ରୀ ଯାଇ ବାଇକ୍‌ରେ ତିନି ଜଣ ଫେରୁଥିଲେ । ହେଲେ କାଳିଞ୍ଜିପଲ୍ଲୀ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବାକି ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ  ମିଳିଛି । ସେମାନଙ୍କ  ପିଙ୍କୁନୁ ପ୍ରଧାନ ଓ ଗଣେଶ ପ୍ରଧାନ ବୋଲି ଜଣାପଡିଛି । ସେହିପରି ଆହତ ଥିବା ମନୋଜ ପ୍ରଧାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏପିରିକି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିଛି । ଆଉ ଶବ ବ୍ୟବଚ୍ଛେଦ ପାଇଁ ସମସ୍ତ ମୃତଦେହ ନିକଟସ୍ଥ ସରକାରୀ ମେଡିକାଲକୁ ପଠାଇଛି ।

wp:embed {"url":"https://www.prameyanews7.com/fight-for-tickets-of-india-pakistan-match-price-reaches-rs-1-86-crore-in-icc-t-20-world-cup-2024/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fight-for-tickets-of-india-pakistan-match-price-reaches-rs-1-86-crore-in-icc-t-20-world-cup-2024/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.