ଆରବ ସାଗରରେ ହେଲିକପ୍ଟର କ୍ରାସ୍ ଘଟଣା : ମିଳିଲା ଦୁଇ ସଦସ୍ୟଙ୍କ ପତ୍ତା, ଏବେବି ଆଉ ଜଣେ ନିଖୋଜ

Published By : Prameya-News7 Bureau | September 04, 2024 IST

ନୂଆଦିଲ୍ଲୀ ୦୪।୦୯ : ଗୁଜରାଟ ପୋରବନ୍ଦରରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ଘଟଣାରେ ବଡ଼ ଅପଡେଟ୍‌ । ଏଥିରେ ନିଖୋଜ ଥିବା ତିନି ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକ କମାଣ୍ଡାଣ୍ଟ ବିପିନ୍‌ ବାବୁ ଏବଂ କରଣ ସିଂହ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାକେଶ କୁମାର ରାଣାଙ୍କ ବିଷୟରେ କୌଣସି ପତ୍ତା ମିଳିନାହିଁ । ସର୍ଚ୍ଚ ଅପରେସନ ଏବେବି ଜାରି ରହିଛି । 

ଭାରତୀୟ ତଟରକ୍ଷୀ ବାହିନୀର ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋରବନ୍ଦର ଉପକୂଳ ଆରବ ସାରଗରେ ଜରୁରୀକାଳୀନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ କୋଷ୍ଟଗାର୍ଡର ଦୁଇ ପାଇଲଟ୍ ସମେତ ୩ଜଣ ନିଖୋଜ ହୋଇଯାଇଥିଲେ । ନିଖୋଜ ପାଇଲଟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଜୋରଦାର ଅପରେସନ । ଏହି ଧ୍ରୁବ ହେଲିକପ୍ଟର ଗୁଜରାଟ ବନ୍ୟାରେ ଜରୁରୀ ସହାୟତା ପାଇଁ ନିୟୋଜିତ ହୋଇଥିଲା।

ତେବେ ଉଦ୍ଧାର କାର୍ଯ୍ୟ ବେଳେ ତିନି ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣଙ୍କ ମରଶରୀର ଠାବ କରାଯାଇଛି ।ବାକି ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ଏବେବି ଆରବ ସାଗରରେ ସର୍ଚ୍ଚ ଅପରେସନ ଚାଲିଛି । ନିଖୋଜ ପାଇଲଟଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନରେ ୪ ଜାହାଜ ଏବଂ ଦୁଇଟି ଏୟାରକ୍ରାଫ୍ଟ ଲାଗିପଡ଼ିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.