scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମେରିକାର ନ୍ୟୁ ହୈମ୍ପଶାୟରରେ ଗୁଳିକାଣ୍ଡ; ସନ୍ଦିଗ୍ଧ ସମସ୍ତେ ୨ଜଣ ମୃତ

18/11/2023 at 9:15 AM

ନୂଆଦିଲ୍ଲୀ: ଉତ୍ତରପୂର୍ବ ଆମେରିକୀ ରାଜ୍ୟ ନ୍ୟୁ ହୈମ୍ପଶାୟରର ଏକ ହସ୍ପିଟାଲରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ଏହି ଗୁଳିକାଣ୍ଡ ଏକ ମାନସିକ ରୋଗ ହସ୍ପିଟାଲ ପରିସରରେ ହୋଇଛି । ଏନେଇ ପୋଲିସକୁ ଖବର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟ ପୋଲିସ କର୍ଣ୍ଣେଲ ମାର୍କ ହାଁଲଙ୍କ କହିବା ଅନୁଯାୟୀ, ସନ୍ଦିଗ୍ଧ କାନକାର୍ଡର ନ୍ୟୁ ହୈମ୍ପଶାୟରର ହସ୍ପିଟାଲରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ଗୁଳି ମାରିଦେଇଥିଲା ।

AFP ରିପୋର୍ଟ ଅନୁଯାୟୀ, ହସ୍ପିଟାଲରେ ଗୁଲିକାଣ୍ଡ ପରେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସନ୍ଦିଗ୍ଧ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଏହି ଏନକାଉଣ୍ଟରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ହସ୍ପିଟାଲର ଲବିରେ ହିଁ ସୀମିତ ରହିଛି । ତେବେ ଏହି ଗୁଳିକାଣ୍ଡରେ ମୋଟ୍ ୨ଜଣ ପ୍ରାଣ ହାଇଛନ୍ତି । ମୃତ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ । ସେହିପରି ହସ୍ପିଟାଲରେ ଥିବା ରୋଗୀଙ୍କ ପ୍ରତି କୌଣଶି ବିପଦ ନାହିଁ ବୋଲି ମାର୍କ ହଲ୍ କହିଛନ୍ତି ।

ଆମେରିକାରେ ଗୁଳିକାଣ୍ଡ ଘଟଣା ଏବେ ସାଧାରଣ କଥା ହୋଇଗଲାଣି । ବ୍ୟକ୍ତଗତ ସୁରକ୍ଷା ପାଇଁ ସାଧାରଣ ଲୋକ ବନ୍ଧୁକ ରଖୁଛନ୍ତି । ଏଥିପାଇଁ କୌଣସି କଠୋର ନିୟମ ନାହିଁ । ନିୟମ ପରିବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଇଥିଲେ ମଧ୍ୟ ପ୍ରତି ଥର ବିରୋଧ ପ୍ରଦର୍ଶନ ହୋଇଛି । ତେଣୁ ଏଭଳି ଗୁଳିକାଣ୍ଡ ଘଟଣା ମାନ ସାମ୍ନାକୁ ଆସୁଛି ।    

   Related Posts