ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ମୃତ, ୨ଆହତ

Published By : Prameya-News7 Bureau | January 14, 2020 IST

ନବରଙ୍ଗପୁର ୧୪।୦୧: ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇଜଣଙ୍କ ଜୀବନ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି  ଥାନା ଇନ୍ଦ୍ରାବତୀ ରାସ୍ତାର ତ୍ରିନାଥ ମନ୍ଦିର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମର ଉମେଶ ମାଝୀ  ଏବଂ ନବରଙ୍ଗପୁର ସହର ନିକଟସ୍ଥ ବଡ଼ ଡାଇଭଟ୍ଟାର ସମୀର ସୁନା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ ଜାରି ରଖିଛି ।

{"id":211366,"sizeSlug":"large"}

ପୂଜାରୀଗୁଡାର ଉମେଶ ମାଝୀ ଏକ ହୋଣ୍ଡା ୟୁନିକର୍ନ ବାଇକ ଯୋଗେ ନିଜ ପରିବା ବାଡ଼କୁ ଯାଉଥିଲେ । ତେବେ ଡାଇଭଟ୍ଟା ଗ୍ରାମର ସମୀର ସୁନା, ତପନ ସୁନା, ଏବଂ ଏଡମିନ ଡ଼ଙ୍ଗରି ତିନିଜଣ ଏକ ପଲସର ବାଇକ ଯୋଗେ ଇନ୍ଦ୍ରାବତୀରୁ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ । କୁର୍ମାକୋଟ ତ୍ରିନାଥ ମନ୍ଦିର ନିକଟରେ ଦୁଇ ବାଇକ ମଧ୍ୟରେ  ମୁହାଁ ମୁହିଁ ଧକ୍କା ହୋଇଥିଲା ।  ଗ୍ରାମବାସୀ ମାନେ  ବାଇକ ଚାଳକ ସମୀର ସୁନା ଏବଂ ଉମେଶ ମାଝୀ ଙ୍କୁ ଉଦ୍ଧାର ତେନ୍ତୁଳିଖୁଣ୍ଟି ମେଡିକାଲରେ ଭର୍ତ୍ତି

{"id":211367,"sizeSlug":"large"}

କରିଥିବା ବେଳେ  ଡାକ୍ତର ଦୁଇ ବାଇକ ଚାଳକ ଉମେଶ ମାଝୀ ଓ ସମୀର ସୁନାଙ୍କୁ ମୃତ ଘୋଷଣା କରିଛନ୍ତି ।  ତେବେ  ଏଡମିନ ଡ଼ଙ୍ଗରି ଏବଂ ତପନ ସୁନା ସାମାନ୍ୟ ଆହତ ହୋଇ ଚିକିତ୍ସା ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିଥିବା ଜଣାପଡିଛି ।  ତେନ୍ତୁଳିଖୁଣ୍ଟି ଆଇ.ଆଇ.ସି ପରମାନନ୍ଦ ସୁନାନୀ, ଏସ.ଆଇ ଅଭିମନ୍ୟୁ ଦୁର୍ଗା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତଦେହକୁ ଜବତ କରି ବ୍ୟବେଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.