ବସ୍‌କୁ ଅପେକ୍ଷା କରିଥିବା ବେଳେ କଚାଡି ମାରିଲା ଦନ୍ତା, କାଲି ରାତିରେ ମାରିଥିଲା ଜଣଙ୍କୁ

Published By : Prameya-News7 Bureau | December 29, 2019 IST

ଅନୁଗୋଳ ୨୯।୧୨: ପୁଣି ଆଉ ଜଣଙ୍କୁ ମାରିଲା ଦନ୍ତା । ଅନୁଗୋଳ ରେଙ୍ଗାଲି ବଜ୍ରକୋଟ ବସଷ୍ଟାଣ୍ଡ ନିକଟରେ ଭୋରରୁ ଜଣେ ବ୍ୟକ୍ତି ଅପେକ୍ଷା କରିଥିବା ବେଳେ ଦନ୍ତା ହାତୀଟି ତାଙ୍କୁ କଚାଡି ମାରିଦେଇଛି । ମୃତକ ହେଲେ ୪୫ବର୍ଷ ବୟସ୍କ ନୟନି ସାହୁ।

{"id":203993,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ଭୋରରୁ କଣିହାଁ ମେଡିକାଲକୁ ଯିବାପାଇଁ ବାହାରିଥିଲେ ନୟନି ସାହୁ । ବସଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିବା ବେଳେ ଦନ୍ତା ହାତୀଟି ତାଙ୍କୁ କଚାଡି ମାରିଦେଇଛି । ଗୋଟିଏ ରାତିରେ ବିଭିନ୍ନ ସ୍ଥାନରେ ଦୁଇ ଜଣଙ୍କୁ କଚାଡି ମାରିଛି।

{"id":203995,"sizeSlug":"large"}

ରେଙ୍ଗାଲି କୁଳୁମା ପଞ୍ଚାୟତର  ଓଲନ୍ଦାରେ ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ୬୦ବର୍ଷ ବୟସ୍କ ନବକିଶୋର ସେଠୀ । ଘରେ ରାତ୍ରୀ ଭୋଜନ କରୁଥିବା ବେଳେ ତାଙ୍କୁ ଟାଣି ନେଇ ପାଦରେ ଦଳି ମାରିଦେଇଛି ହାତୀ । ଯାହାକୁ ନେଇ ରେଙ୍ଗାଲି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହେଉଛି ବୋଲି ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି ବୋଲି ଅଭିଯୋଗ କରୁଛନ୍ତି ସ୍ଥାନୀୟଲୋକ ।

{"id":203997,"sizeSlug":"large"}

ସେହିପରି ତାଳଚେର ସହର ଭିତରେ ହାତୀ ଦିନ ଦିନ ଧରି ବୁଲୁଛି ହେଲେ ବନ ବିଭାଗ ଘଉଡ଼ାଇ ପାରୁନାହିଁ। କ୍ଷତିପୂରଣ ଦାବିରେ ହାତୀ ଘଉଡାଇବା ପାଇଁ ଯାଇଥିବା ବନ ବିଭାଗର ୫ ଜଣଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.