ଧାନ ଅମଳ କରି ଫେରିବା ବେଳେ ଅଘଟଣ, ଟ୍ରାକ୍ଟର ଓଲଟି ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | January 05, 2020 IST

ବାଲେଶ୍ବର ୦୫।୦୧:  ବାଲେଶ୍ବର ଜିଲ୍ଲା ରାଇବଣିଆରେ ଅଘଟଣ । ଧାନ ଅମଳ କରି ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଖୁଆଡ ଗାଁର ଗୋପାଲ ଟୁଡୁ ଓ ମାବ୍ରା ହାଂସନ୍ଦା ବୋଲି ଜଣାପଡିଛି ।  

{"id":207084,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଇବଣିଆରେ ବିଲରୁ ଧାନ ଅମଳ କରି ଫେରୁଥିବା ସମୟରେ ହଠାତ୍ ଟ୍ରାକ୍ଟର ଓଲଟି ପଡିଥିଲା । ଟ୍ରାକ୍ଟର ଓଲଟିବା ଦ୍ବାରା ଗାଡିରେ ଥିବା ୨ଜଣଙ୍କୁ  ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

{"id":207085,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.