ରେଙ୍ଗାଳି କେନାଲରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ; ଭାରସାମ୍ୟ ହରାଇ କେନାଲ ତଳକୁ ଖସି ପଡିଥିବା ସନ୍ଦେହ
17/01/2019 at 10:27 AM

ଢେଙ୍କାନାଳ ୧୭|୧: ଢେଙ୍କାନାଳ ଜିଲ୍ଲା ଶପ୍ତଶଯ୍ୟା ନିକଟସ୍ଥ ପଦ୍ମନାଭପୁର ରେଙ୍ଗାଳି କେନାଲ ତଳୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ହେଲେ ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗାଁର ବେଣୁଧର ପ୍ରଧାନ। ଆଜି ଭୋରରୁ ପୋଲ ତଳେ ପାଣିରେ ୨ଟି ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଭାରସାମ୍ୟ ହରାଇ କେନାଲ ତଳକୁ ଖସି ପଡିଥିବା ସନ୍ଦେହ କରାଯାଉଛି ।
Related Posts
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ
28 January 2023