କଳାହାଣ୍ଡିରେ ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଜଣ ମୃତ ; ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର
20/10/2018 at 12:17 PM

କଳାହାଣ୍ଡି ୨୦|୧୦: କଳାହାଣ୍ଡିରେ ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । କେସିଙ୍ଗା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ ଆଜି ସକାଳୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବଗାଡ ଗାଁରେ ପୋଖରୀକୁ ଜଣେ ଯୁବତୀ ଓ ଜଣେ ଶିଶୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା ବେଳେ ତିନି ଜଣ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ହେଲେ ୧୭ବର୍ଷୀୟ ରୋଜି ସାହୁ ଓ ୧୨ ବର୍ଷୀୟ ନମିତା ସାହୁ। କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।