ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ ଦୁଇ ମହିଳା ଗୁରୁତର

Published By : Prameya-News7 Bureau | November 06, 2019 IST

ଯାଜପୁର ୬।୧୧: ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ଜଣ ମହିଳା ଗୁରୁତ ହୋଇଛନ୍ତି ।

{"id":179739}

ସୂଚନାଯୋଗ୍ୟ ଯେ, ଯାଜପୁର ରୋଡ଼ ପାଟୁଳି ଛକ ନିକଟରେ ଦୁର୍ଘଟଣା ହୋଇଛି । ପାଟୁଳି ଛକ ନିକଟରେ ଗୋଟିଏ ବାଇକ୍ ରେ ଦୁଇ ଜଣ ଯାଉଥିବା ବେଳେ ବିପରୀତ ଦିଗକୁ ଅନ୍ୟ ଏକ ବାଇକ୍ ରେ ଦୁଇ ଜଣ ଆସୁଥିଲେ । ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

{"id":179740}

ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ  । ଦୁଇ ବାଇକ୍ ରେ ବସିଥିବା ମହିଳା ଦୁଇ ଜଣ ଗୁରୁତର ହୋଇଛନ୍ତି ।

{"id":179741}

ଗୁରୁତର ମହିଳାଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ବାଇକ୍ କୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.