ଡାଇରିଆରେ ଦୁଇ ଜଣ ମୃତ ଓ ଜଣେ ଗୁରୁତର
22/08/2018 at 11:17 PM

ମୟୁରଭଞ୍ଜ ୨୩/୮ : ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କଇଁଫୁଲିଆ ଗାଁରେ ଡାଇରିଆ ଆତଙ୍କ । ଡାଇରିଆରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।ଗତକାଲି ରାତିରେ ଗୋଟିଏ ଆଦିବାସୀ ପରିବାର ରାତ୍ରିଭୋଜନ କରି ଶୋଇଥିଲେ ।ହଠାତ୍ ତାଙ୍କ ବଡ ପୁଅ, ବଡ ବୋହୂ ଏବଂ ସାନ ପୁଅକୁ ଝାଡାବାନ୍ତି ଆରମ୍ଭ ହୋଇଯାଇଥିଲା ।ରାତିରେ ଗାଁ ପାଖରୁ ଜଣଙ୍କୁ ଡାକି ଚିକିତ୍ସା କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ରାତିରେ ସାନ ପୁଅ ଏବଂ ବଡ ବୋହୁର ମୃତ୍ୟୁ ହୋଇଯାଇଥିବାବେଳେ ବଡ ପୁଅକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ତାଙ୍କ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।ତେବେ ବିଷାକ୍ତ ଛତୁ ଖାଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।