ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା : ୨ ମୃତ, ୨୮ରୁ ଅଧିକ ଆହତ

Published By : Prameya-News7 Bureau | January 03, 2020 IST

ଭଦ୍ରକ ୩।୧: ୧୬ନଂ ଜାତୀୟ ରାଜପଥ ବନ୍ତ ଛକ ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି ।  ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।  ବସ୍‌ରେ ଡ୍ରାଇଭର ସମେତ ଅନେକ ଯାତ୍ରୀ ଚାପି ହୋଇଥିବା ବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ କାଟି ଉଦ୍ଧାର କରୁଛନ୍ତି ।  

{"id":206031,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଉର୍ସ ପର୍ବରୁ ବସ୍‌ରେ ଯାତ୍ରୀମାନେ ଆସୁଥିବା ସମୟରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।  ଫଳରେ ବସ୍‌ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ମୃତକ ହେଉଛନ୍ତି ଇଦୃଶ ବାସା ସାୟଦ ଏବଂ ଏସ୍.କେ. ନିଜାମୁଦ୍ଦିନ । ଆହତମାନଙ୍କ ମଧ୍ୟରୁ ୬ଜଣଙ୍କୁ କଟକ ବଡ ମେଡିକାଲ ଏବଂ ଜଣଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

{"id":206039,"sizeSlug":"large"}

ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଧାମନଗରରୁ ଚରମ୍ପା ରେଳ ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି । ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲୁଥିବାରୁ ଗୋଟିଏ ରୁଟ୍‌ରେ ଟ୍ରକ୍‌ଟି ବିପରୀତ ଦିଗରୁ ଆସୁଥିଲା । ଫଳରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":206032,"sizeSlug":"large"}

ବସ୍‌ରେ ଥିବା  ସମସ୍ତ ଯାତ୍ରୀ ଶ୍ରଦ୍ଧାଳୁ ଥିଲେ । ଉର୍ସ ପର୍ବ ପାଇଁ ବିଭିନ୍ନ ଅଞ୍ଚଳରୁ ସେମାନେ ଧାମନଗରକୁ ଆସିଥିବା ଜଣାପଡିଛି । ତେବେ କେତେକ ଲୋକେ ବସ୍‌ ଭିତରେ ଚାପିହୋଇ ରହିଥିଲେ । ସେମାନଙ୍କୁ ଦମକଳବାହିନୀ କର୍ମଚାରୀ କଟର ସାହାଯ୍ୟରେ ବସ୍ ଓ ଟ୍ରକ୍‌କୁ କାଟି ବାହାର କରିଛନ୍ତି । ରାଜପଥ ସଂପ୍ରସାରଣ ଯୋଗୁଁ ଦୀର୍ଘଦିନ ଧରି ଗୋଟିଏ ପାର୍ଶ୍ବ ରାଜପଥକୁ ମରାମତି କାର୍ଯ୍ୟ ପାଇଁ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.