ମର୍ମନ୍ତୁଦ ସଡକ ଦୁର୍ଘଟଣା : ବୋଲେରୋକୁ ପିଟିଲା ଟ୍ରକ୍, ୨ ମୃତ ୧୦ ଗୁରୁତର
27/07/2019 at 8:32 AM

ବାରିପଦା ୨୭|୭: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷ ଦ୍ବାରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୋଲେରୋକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାଙ୍ଗିରିପୋଷୀ ଓ ଆଖପାଖ ଅଞ୍ଚଳର ୧୨ଜଣ କାଉଡିଆ ଭକ୍ତ ଗୁପ୍ତେଶ୍ବର ମହାଦେବଙ୍କ ନିକଟରେ ଜଳାଭିଷେକ କରିବା ଲାଗି ଏକ ବୋଲେରୋ ଯୋଗେ ବାହାରି ଥିଲେ। ମାତ୍ର ଅଳ୍ପ ସମୟ ମଧ୍ୟରେ ଦ୍ବାରଶୁଣୀ ଘାଟି ଉପରେ ଏକ ୧୦ଚକିଆ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ପୋଲିସ ଓ ଅଗ୍ନିଶମ ବିଭାଗର ସହାୟତାରେ ଗୁରୁତରଙ୍କୁ ବାରିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଣି ୩ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଏତେ ଯୋର ରେ ହୋଇଥିଲା ଯେ ଟ୍ରକଟି ବୋଲେରୋଟିକୁ ପ୍ରାୟ ୨୦୦ ମିଟର ଘୋଷାରି ନେଇଥିଲା।