ଦୁଇ ଦିନରେ ଦୁଇଟି ଭୟଙ୍କର ଦୁର୍ଘଟଣା; ଉତ୍ତରାଖଣ୍ଡରେ ଖାଇକୁ ଖସିଲା କାର୍ ଓ ସୁମୋ, ୧୭ ମୃତ, ଜଣେ ଗୁରତର

Published By : Prameya-News7 Bureau | November 19, 2022 IST

ଡେରାଡ଼ୁନ: ଦୁଇ ଦିନରେ ଦୁଇ ଦୁଇଟି ଦୁର୍ଘଟଣା । ଉତ୍ତରାଖଣ୍ଡରେ ଭିନ୍ନ ଭିନ୍ନ ସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଶନିବାର ଉତ୍ତରକାଶୀ ଜିଲ୍ଲାରେ କାର୍ ଦୁର୍ଘଟଣା ଯୋଗୁ ୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ଶୁକ୍ରବାର ଚମୋଲି ଜିଲ୍ଲାରେ ଏକ ଟାଟା ସୁମୋ ଖାଇକୁ ଖସିପଡ଼ିବାରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁଯାୟୀ, ଶନିବାର ଉତ୍ତରକାଶୀ ଜିଲ୍ଲାର ଘରାସୁ-ୟମୁନେତ୍ରୀ ମାର୍ଗରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମଧ୍ୟାହ୍ନ ୧୨ଟାରେ ଏକ କାର୍ ନିୟନ୍ତ୍ରଣ ହରାଇ ୧୦୦ ମିଟର ଖାଇକୁ ଖସିପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଜଣେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ସେହିପରି ଶୁକ୍ରବାର ମଧ୍ୟ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଚମୋଲି ଜିଲ୍ଲାରେ ଏକ ଟାଟା ସୁମୋ ଖାଇକୁ ଓଲଟିପଡ଼ିବାରୁ ଦୁଇ ଜଣ ମହିଳାଙ୍କ ସମେତ ୧୨ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନରେ ସଡ଼କ ଦୁର୍ଘଟଣାରେ ମୋଟ୍ ୧୭ଜଣ ପ୍ରାଣ ହରାଇଛନ୍ତି । ଉତ୍ତରଖଣ୍ଡ ସରକାର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।...  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.