୩ ଦଫା ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ : ଗାଡି ଚଳାଚଳ ସହ ଦୋକାନ ବଜାର ଠପ୍

Published By : Prameya-News7 Bureau | February 19, 2020 IST

ବଲାଙ୍ଗୀର ୧୯।୨: ବଲାଙ୍ଗୀରଠାରେ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ କାମର ତ୍ବରାନ୍ବିତ ସହ ବିସ୍ଥାପିତଙ୍କ ଥଇଥାନ ଓ ବାଏପାସ ରାସ୍ତା ନିର୍ମାଣ ଦାବିରେ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ପାଳନ କରାଯାଇଉଛି । ଦୁଇ ଦିନ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ବ୍ୟାଙ୍କ, ପୋଷ୍ଟ ଅଫିସ ସବୁ ବନ୍ଦ କରିବ ବଲାଙ୍ଗୀର ଆକ୍ସନ କମିଟି।

{"id":226230,"sizeSlug":"large"}

ଏନେଇ ପୂର୍ବରୁ ମଧ୍ୟ ପ୍ରତି ମାସର ତୃତୀୟ ସପ୍ତାହ ବୁଧବାର ଓ ଗୁରୁବାର ବନ୍ଦ ପାଇଁ ବଲାଙ୍ଗୀର ଆକ୍ସନ କମିଟି ଡାକରା ଦେଇଥିବା ବେଳେ କାଲି ମଧ୍ୟ ବନ୍ଦ ପାଳନ କରିବ କମିଟି । ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିବା ସହ  ଆନ୍ଦୋଳନ କାରିବାର ରହିଛି କାର୍ଯ୍ୟକ୍ରମ ।

{"id":226231,"sizeSlug":"large"}

ଏନେଇ ସ୍ଥାନୀୟ କଚେରି ଛକଠାରେ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରେ ତିନି ଦଫା ଦାବିକୁ ନେଇ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଆସୁଛି ଆକ୍ସନ କମିଟି । ଏହାସହ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ, ନାଗରିକ ସଂଘ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ଦାବି ପୂରଣ ନହେବା ଯାଏଁ ଏଭଳି ଆନ୍ଦୋଳନ ଜାରି ରଖିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଭିନ୍ନ ମୋଡ ଦେବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.