ଆଜିଠୁ ଆରମ୍ଭ ହେବ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ
4/06/2018 at 6:07 AM

ଆଜିଠୁ ଆରମ୍ଭ ହେବ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟକ୍ଷତା କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବୈଠକ । ସମ୍ମିଳନୀରେ ସବୁ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣନ ଉପସ୍ଥିତ ରହିବେ । ଏହା ହେଉଛି ୪୯ତମ ରାଜ୍ୟପାଳ ସମ୍ମିଳନୀ । ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳରେ ଦ୍ବିତୀୟ । ଦୁଇ ଦିନିଆ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ବିଷୟ ତଥା ଜାତୀୟ ସୁରକ୍ଷା, ଆନ୍ତର୍ଜାତୀୟ ସ୍ଥିତି ଉପରେ ଆଲୋକପାତ କରାଯିବ । ନୀତି ଆୟୋଗ ଉପାଧ୍ୟକ୍ଷ, ସିଇଓ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଉପସ୍ଥିତ ରହିବେ । ଉଚ୍ଚଶିକ୍ଷା, ଇଣ୍ଡଷ୍ଟ୍ରିଆଲ ପଲିସି ଓ ପ୍ରମୋଶନ ନେଇ ଏଥିରେ ବିସ୍ତାର ଆଲୋଚନା କରାଯିବ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶୀକ ମନ୍ତ୍ରୀ ସୁଷମା ସ୍ବରାଜ ପ୍ରମୁଖ ଉପସ୍ଥିତ ରହିବେ ।