ସମ୍ ଆନୁକୂଲ୍ୟରେ ଦୁଇ ଦିନିଆ ଆଭା ଆଇଡି ପଞ୍ଜିକରଣ କାର୍ଯ୍ୟକ୍ରମ ଆୟୋଜନ

Published By : Prameya-News7 Bureau | July 30, 2024 IST

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖରେ ଜଟଣୀ ବ୍ଲକ ଅଧିନସ୍ଥ ଅରିସଲ ଓ ମଦନପୁର୍ ପଂଚାୟତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା ଯୋଜନା ନିମନ୍ତେ ୨ ଦିନ ଧରି ଏକ ହେଲ୍‌ଥ ସର୍ଭେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । 

ଏହି ସର୍ଭେ କାର୍ଯ୍ୟ ଅରିସଲ ପଂଚାୟତର ରାଜ କିଶୋର ବିଦ୍ୟାପୀଠ ଓ ମଦନପୁର ପଂଚାୟତର କ୍ଲବ ଗୃହ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ।  କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ଭେଷଜ, ଶିଶୁ, ଚକ୍ଷୁ, ଚର୍ମ ଓ ଦନ୍ତ ବିଭାଗର ବିଶେଷଜ୍ଞମାନେ ଉପସ୍ଥିତ ରହି ରୋଗୀମାନଙ୍କର ମାଗଣା ପରୀକ୍ଷା ଓ ଚିକିତ୍ସା ସହିତ ଔଷଧ ମଧ୍ୟ ବିତରଣ କରିବେ । ଏଣୁ ଏହି ଅଂଚଳର ସମସ୍ତ ବାସିନ୍ଦା ନିଜ ନିଜର ଆଧାର କାର୍ଡ ସହିତ ଉକ୍ତ ସର୍ଭେ କାର୍ଯ୍ୟରେ ଉପସ୍ଥିତ ରହି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା ସୁବିଧା (ଆଭା) ଆଇଡି ମାଧ୍ୟମରେ ବିନା ମୂଲ୍ୟରେ ସେମାନଙ୍କ ନାମ ପଞ୍ଜିକୃତ କରିପାରିବେ । 

ଉକ୍ତ ପଞ୍ଜିକରଣ ଶିବିରରେ ସ୍ଥାନୀୟ ବାସିନ୍ଦାମାନେ ବହୁସଂଖ୍ୟାରେ ଯୋଗଦାନ କରି ନିଜ ନିଜର ପଞ୍ଜିକୃତ କରାଇବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟାର ପରାମର୍ଶ କରାଇ ପାରିବେ । ବିଶେଷ ସୂଚନା ପାଇଁ ମୋବାଇଲ ନମ୍ବର ୭୯୭୮୮୬୯୪୨୮ ସହ ଯୋଗାଯୋଗ କରିପାରିବେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.