ଯାଜପୁର, ୧୫/୦୮: ଯାଜପୁର ଅନ୍ତର୍ଗତ ଦଶରଥପୁର ବ୍ଲକ୍ କସପା ପଞ୍ଚାୟତର କାଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ବ୍ରହ୍ମଚାରି ପାଟଣା ନିକଟରେ ୧୫୦ ଫୁଟର ଘାଇ ହୋଇଥିବା ବେଳେ ପଛପଡ଼ା ଠାରେ ୧୦୦ ଫୁଟ୍ର ଏକ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ହେବା ଦ୍ଵାରା ୧୦ ଟି ପଞ୍ଚାୟତର ପାଖାପାଖି ୪୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା ରହିଛି ।
wp:html https://www.youtube.com/watch?v=CX02hk9-wjg /wp:htmlଅନ୍ୟପଟେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ଯାଜପୁର, ଦଶରଥପୁର ଏବଂ ଯାଜପୁର ବ୍ଲକ ପ୍ରଭାବିତ ହୋଇଛି । ବିଶେଷକରି ଦଶରଥପୁରରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେବା ଫଳରେ କେତେକ ସ୍ଥାନରେ ନଦୀ ବନ୍ଧ ଧସି ଯାଇଛି। ଯାଜପୁର ବ୍ଲକର ଅନେକ ଅଞ୍ଚଳରେ ବନ୍ୟା ପାଣି ଆସିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ସେପଟରେ ଉଭୟ ବର୍ଷା ଓ ବନ୍ୟାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ।