ବିଦେଶୀ ତରୁଣୀଙ୍କ ସହ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ଦୁଇ କଷ୍ଟମ ଅଧିକାରୀ, ସିସିଟିଭି ଲାଗିନଥିବା ପ୍ରକୋଷ୍ଠକୁ ନେଇ କରିଥିଲେ ଯୌନଶୋଷଣ
17/06/2019 at 4:40 PM

ନୂଆ ଦିଲ୍ଲୀ ୧୭|୬: ଜଣେ ବିଦେଶୀ ତରୁଣୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ୨ ଜଣ ବରିଷ୍ଠ କଷ୍ଟମ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି। ପିଡୀତା ତରୁଣୀ ତାଙ୍କ ସଂପର୍କୀୟଙ୍କ ଚିକିତ୍ସା ପାଇଁ ଉଜବେକିସ୍ତାନରୁ ଭାରତ ଆସିଥିଲେ। ତେବେ ତରୁଣୀଙ୍କ ସହ ଏୟାରପୋର୍ଟରେ ୨ ଜଣ କଷ୍ଟମ ଅଧିକାରୀ ଦୁର୍ବବ୍ୟବହାର କରିଥିବା ସେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାର ଅନୁସଂଧାନ ଆରମ୍ଭ କରିଛି।
ପିଡୀତା ତରୁଣୀ କହିଛନ୍ତି ଯେ, ଏୟାରପୋର୍ଟରେ ଅଧିକାରୀମାନେ ତାଙ୍କୁ ମିଛ କଥା କହି ଏକ ରୁମକୁ ନେଇ ଯାଇଥିଲେ। ସେହି ରୁମରେ ସିସିଟିଭି କ୍ୟାମେରା ଲାଗିନଥିଲା। ଅଧିକାରୀମାନେ ପାଖାପାଖି ୩୦ ମିନଟ୍ ତାଙ୍କ ସହ ସେହି ରୁମରେ ଥିଲେ। ତଦନ୍ତ ହେବା ପରେ ଜଣା ପଡିଥିଲା ଯେ, ୫୦ ବର୍ଷ ବୟସ୍କ
ଅଭିଯୁକ୍ତମାନେ ମହିଳାଙ୍କୁ ୩୦ ମିନଟ୍ ଧରି ଯୌନ ନିର୍ଯାତନା ଦେଇଥିଲେ। ମହିଳା ତାଙ୍କ ଭଉଣୀଙ୍କ ପୁଅର ଚିକିତ୍ସା କରାଇବା ପାଇଁ ଦିଲ୍ଲୀ ଆସିଥିଲେ। ପିଡୀତା ସୀମା ଶୁଳ୍କ ବିଭାଗରେ ଅଭିଯୋଗ କରିଥିଲେ ଯେ, ଦୁଇ ଅଭିଯୁକ୍ତ ତାଙ୍କୁ ଏ ସଂକ୍ରାନ୍ତରେ ବାହାରେ ପ୍ରକାଶ ନକରିବା ପାଇଁ ଧମକ ଦେଇଥିଲେ। ୨ ଅଧିକାରୀ କହିଥିଲେ ଯେ, ବାହାରେ ଏନେଇ ପ୍ରକାଶ କରିଲେ ତାଙ୍କୁ ଜୀବନରୁ ମାରିଦେବେ। କିନ୍ତୁ ସେ ଧମକକୁ ଖାତର ନକରି ଅଭିଯୋଗ କରିଥିଲେ। ତଦନ୍ତ ହେବା ପରେ ଉଭୟଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା।