୨କୋଟି ଟଙ୍କାର ହୀରା ଚୋରି, ସନ୍ଦେହରେ ଜଣେ କର୍ମଚାରୀ

Published By : Prameya-News7 Bureau | January 18, 2020 IST

ସୁରତ ୧୮।୦୧: ହାରୀ ଫ୍ୟାକ୍ଟ୍ରିରୁ ହୀରା ଚୋରୀ ।  ଗୁଜୁରାଟ ସୁରତ କତାରଗାମ ଅଞ୍ଚଳରେ ଥିବା ଏକ ହୀରା ଗୋଦାମରୁ ଚୋରୀ ହୋଇଛି । ଚୋରୀ ହୋଇଥିବା ହୀରାର ମୁଲ୍ୟର ୨କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପୋଲିସରେ ଅଭିଯୋଗ ପରେ ପୋଲିସର ଛାନ୍‌ଭିନ ଜାରି ।ଚୋରୀ ପରଠାରୁ କମ୍ପାନୀର ଜଣେ କର୍ମଚାରୀ ଗାଏବ ରହିଛନ୍ତି ।ନିଖୋଜ ଶ୍ରମିକଙ୍କ ନାମ ରାଜୁ ନୋପାଳୀ ବୋଲୁ କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ସଂଧ୍ୟା ସମୟରେ ଫ୍ୟାକ୍ଟ୍ରିରେ ଥିବା ସମସ୍ତ ହୀରାର ଗଣତି ହୋଇଥିଲା । ଠିକ୍‌ ସେହିସମୟରେ ଗୋଟିଏ ହୀରା ଗାଏବ ରହିଥିବା ଜଣାପଡିଥିଲା । ପରେ ବହୁ ଖୋଜଖୋଜି ପରେ ଚୋରି ହୀରା ମିଳିନଥିଲା । ତେବେ ଫ୍ୟାକ୍ଟ୍ରିରୁ ଗାଏବ ଥିବା ଜଣେ କର୍ମଚାରୀଙ୍କ ଉପରେ କର୍ତ୍ତୃପକ୍ଷ ସନ୍ଦେହ କରାଯାଉଥିବା ମଧ୍ୟ କୁହାଯାଉଛି । ସନ୍ଦେହ କରାଯାଉଥିବା ଶ୍ରମିକ ଫେରାର ରହିବା ସହ ତାର ପରିବାର ମଧ୍ୟ ଗାଏହ ରହିଛନ୍ତି । ଅଭିଯୁକ୍ତର ଘରେ ତାଲା ଝୁଲୁଛି । ଫେରାର ଥିବା ଶ୍ରମିକ ଗତ ୧୫ବର୍ଷ ହେଲା କମ୍ପାନୀରେ କାମ କରି ଆସୁଛି । ପୋଲିସ ଭିନ୍ନ ଭିନ୍ନ ଟିମ୍ ଗଠନ କରି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.