ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ
26/05/2023 at 11:41 AM

ଧର୍ମଗଡ ୨୬।୫: ହାତୀ ବ୍ୟାରେଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାମୁଁହି ଧକ୍କା ହୋଇଛି l ଦୁର୍ଘଟଣା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ହାତୀ ବ୍ୟାରେଜ୍ ନିକଟରେ ଦୁଇ ବାଇକ୍ ମୁହାମୁଁହି ଧକ୍କା ହୋଇଛି l ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ହେଲେ କୁଣ୍ଡାଗାଁର ଆକାଶ ଘି ଏବଂ ଘେନୁଗୁଡ଼ାର ଦୁର୍ଗନ ନାୟକ l