ଟ୍ରକ୍-ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ଦୁଇ ଗୁରୁତର, ଜଣେ ଆହତ

Published By : Prameya-News7 Bureau | March 01, 2024 IST

ବୌଦ୍ଧ ୧: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଦନ୍ତାପାଲି ନିକଟରେ ଦୁର୍ଘଟଣା । ଟ୍ରକ୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗୁରୁତର ମଧ୍ୟପ୍ରଦେଶର ସୋନୁ ପାୱାର ଓ ରାଜେନ୍ଦ୍ର ପାୱାର । ଉଭୟ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଉମରକୋଟରୁ ପେଟ୍ରୋଲ ଖାଲି କରି ଏକ ଟ୍ୟାଙ୍କର ପାରାଦୀପ ଅଭିମୁଖେ ଫେରୁଥିବା ବେଳେ ଦନ୍ତାପାଲି ଛକ ନିକଟରେ କଟକରୁ କୋଲ୍ଡଡ୍ରିଙ୍କ୍ସ ବୋଝେଇ କରି ଛତିଶଗଡ ଯାଉଥିବା ଏକ ଟ୍ରକ୍ ସହ ମୁହଁlମୁହିଁ ଧକ୍କା ହୋଇଥିଲା । ଫଳରେ  ଟ୍ରକ୍ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିଲେ l ଉଭୟଙ୍କ ନାମ ସୋନୁ ପାୱାର ଓ ରାଜେନ୍ଦ୍ର ପାୱାର ଓ ଉଭୟେ ମଧ୍ୟ ପ୍ରଦେଶ ରାଜ୍ୟର ବୋଲି ସୂଚନା ମିଳିଛି ।

ସେହିପରି ଟ୍ୟାଙ୍କର ଡ୍ରାଇଭର ଆଠମଲ୍ଲିକ ବ୍ଲକ୍ ବଡଦାଦର ଗ୍ରାମର ଆଲୋକ ନାଏକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଉଭୟ ଗୁରୁତରଙ୍କୁ ପ୍ରଥମେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

You Can Read :

wp:embed {"url":"https://www.prameyanews7.com/tigress-sara-falls-sick-at-nandankanan-zoo/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tigress-sara-falls-sick-at-nandankanan-zoo/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.