ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ; ମାଉଜର ଓ ଜୀବନ୍ତ ଗୁଳି ଜବତ
14/01/2019 at 8:04 AM

ବୌଦ୍ଧ ୧୪|୧: ବୌଦ୍ଧ ପୋଲିସକୁ ଦ୍ବାରା ଦୁଇ ଦୁର୍ଦ୍ଦ।ନ୍ତ ଡକାୟତ ଗିରଫ । ଦୁଇ ମାଉଜର ଏବଂ ୧୦ଟି ଜୀବନ୍ତ ଗୁଳି ସହ ଗୋଟିଏ ବାଇକ ଜବତ କରିଛି ପୋଲିସ । ଗିରଫ ଦୁଇ ଅପରାଧୀ ହେଲେ ବୌଦ୍ଧ ଜିଲ୍ଲା ପଦ୍ମନପୁର ଗ୍ରାମର ସିଲାଦିତ୍ୟ ପ୍ରଧାନ ଏବଂ ଜହ୍ନାପଙ୍କ ଗ୍ରାମର ଟିପୁ ବେହେରା । ସୂଚନା ଥାଉକି ଗତକାଲି ଜନୈକ ପ୍ରାଇଭେଟ ସ୍କୁଲର ଶିକ୍ଷକ ନିରନ ମେହେର ନିଜ ଘର କନେକପୁରକୁ ବାଇକ୍ ଯୋଗେ ଫେରୁଥିବା ବେଳେ କାଶଲପୁର ଛକ ନିକଟରେ ଉକ୍ତ ଶିକ୍ଷକଙ୍କୁ ଅପରାଧୀମାନେ ବନ୍ଧୁକ ଦେଖାଇ ନଗଦ ଦେଢ ହଜାର ଟଙ୍କା, ମୋବାଇଲ ଏବଂ ଗୋଟିଏ ବାଇକ୍ ଲୁଟିନେଇଥିଲେ । ଏନେଇ ସେ ବୌଦ୍ଧ ଥାନାରେ ଅଭିଯୋଗ କରିବାପରେ ବୌଦ୍ଧ ପୋଲିସ ମୋବାଇଲ ଟ୍ରାକିଂ କରି ସେମାନଙ୍କୁ ସଦର ବ୍ଲକ୍ ଗୋଛାପଡା ଗ୍ରାମରୁ ଗିରଫ କରିଛି । ତେବେ ଦୀର୍ଘଦିନ ଧରି ଏମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡକାୟତି ଏବଂ ରାହାଜାନୀ ଭଳି ବିଭିନ୍ନ ଘଟଣାରେ ସଂପୃକ୍ତ ଥିଲେ । ସେମାନଙ୍କର କୌଣସି ଟେର ପାଉନଥିଲା ପୋଲିସ । ଗତକାଲି ସେମାନଙ୍କୁ ଗିରଫ କରିବା ପରେ ତାଙ୍କ ପାଖରୁ ଦୁଇଗୋଟି ମାଉଜ, ୧୦ଟି ଜୀବନ୍ତ ଗୁଳି ଏବଂ ବାଇକ୍ ସହ ଗୋଟିଏ ମୋବାଇଲ ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୌଦ୍ଧ ଏସଡିପିଓ ।